ପ୍ରଥମ ବଂଶାବଳୀ 16 : 1 (ORV)
ଏଥିଉତ୍ତାରେ ସେମାନେ ପରମେଶ୍ଵରଙ୍କ ସିନ୍ଦୁକ ଭିତରକୁ ଆଣି, ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ଵୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ଆଉ ସେମାନେ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ ।
ପ୍ରଥମ ବଂଶାବଳୀ 16 : 2 (ORV)
ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବାର ସମାପ୍ତ କଲା ଉତ୍ତାରେ ସେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ ।
ପ୍ରଥମ ବଂଶାବଳୀ 16 : 3 (ORV)
ଆଉ ସେ ଇସ୍ରାଏଲର ପ୍ରତ୍ୟେକ ଲୋକକୁ, ପୁରୁଷ ଓ ସ୍ତ୍ରୀ ପ୍ରତି ଜଣକୁ ଏକ ଏକ ରୋଟୀ ଓ ମାଂସର ଏକ ଏକ ଅଂଶ ଓ ଏକ ଏକ ଖଣ୍ତ ଦ୍ରାକ୍ଷାଚକ୍ତି ପରିବେଷଣ କଲେ ।
ପ୍ରଥମ ବଂଶାବଳୀ 16 : 4 (ORV)
ଏଉତ୍ତାରେ ସେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କୁ ସ୍ମରଣ ଓ ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ କେତେକ ଲେବୀୟ ଲୋକଙ୍କୁ ନିଯୁକ୍ତ କଲେ ।
ପ୍ରଥମ ବଂଶାବଳୀ 16 : 5 (ORV)
ସେମାନଙ୍କ ମଧ୍ୟରେ ଆସଫ ପ୍ରଧାନ, ଦ୍ଵିତୀୟ ଜିଖରୀୟ, ଆଉ ଯୀୟୟେଲ ଓ ଶମୀରାମୋତ୍ ଓ ଯିହୀୟେଲ ଓ ମତ୍ତଥୀୟ ଓ ଇଲୀୟାବ ଓ ବନାୟ ଓ ଓବେଦ୍ ଇଦୋମ୍ ଓ ଯୀୟୟେଲ ପରମେଶ୍ଵରଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ନେବଲ ଓ ବୀଣା ଓ ଆସଫ ଉଚ୍ଚଧ୍ଵନିର କରତାଳ;
ପ୍ରଥମ ବଂଶାବଳୀ 16 : 6 (ORV)
ଆଉ ବନାୟ ଓ ଯହସୀୟେଲ ଯାଜକମାନେ ତୂରୀ ନିତ୍ୟ ବଜାଇଲେ ।
ପ୍ରଥମ ବଂଶାବଳୀ 16 : 7 (ORV)
ଆଉ ସେହିଦିନ ଦାଉଦ ପ୍ରଥମେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ କରିବାର ଭାର ଆସଫ ଓ ତାହାର ଭ୍ରାତୃଗଣର ହସ୍ତରେ ସମର୍ପଣ କଲେ ।
ପ୍ରଥମ ବଂଶାବଳୀ 16 : 8 (ORV)
ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ତାହାଙ୍କ ନାମରେ ପ୍ରାର୍ଥନା କର; ଲୋକମାନଙ୍କ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ ।
ପ୍ରଥମ ବଂଶାବଳୀ 16 : 9 (ORV)
ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର; ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟ କର୍ମ ବିଷୟରେ କଥୋପକଥନ କର ।
ପ୍ରଥମ ବଂଶାବଳୀ 16 : 10 (ORV)
ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ସଦାପ୍ରଭୁଙ୍କର ଅନ୍ଵେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ ।
ପ୍ରଥମ ବଂଶାବଳୀ 16 : 11 (ORV)
ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ଵେଷଣ କର, ସର୍ବଦା ତାହାଙ୍କ ମୁଖର ଅନ୍ଵେଷଣ କର ।
ପ୍ରଥମ ବଂଶାବଳୀ 16 : 12 (ORV)
ହେ ତାହାଙ୍କ ଦାସ ଇସ୍ରାଏଲର ବଂଶ, ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ,
ପ୍ରଥମ ବଂଶାବଳୀ 16 : 13 (ORV)
ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକ୍ରିୟା, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର ।
ପ୍ରଥମ ବଂଶାବଳୀ 16 : 14 (ORV)
ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ଵର ଅଟନ୍ତି; ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ ଅଛି ।
ପ୍ରଥମ ବଂଶାବଳୀ 16 : 15 (ORV)
ତାହାଙ୍କ ନିୟମ ଚିରକାଳ ସ୍ମରଣ କର, ସେହି ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଅଛନ୍ତି;
ପ୍ରଥମ ବଂଶାବଳୀ 16 : 16 (ORV)
ସେହି ନିୟମ ସେ ଅବ୍ରହାମଙ୍କ ସଙ୍ଗେ କରିଥିଲେ ଓ ସେହି ଶପଥ ସେ ଇସ୍‍ହାକଙ୍କ ପ୍ରତି କରିଥିଲେ;
ପ୍ରଥମ ବଂଶାବଳୀ 16 : 17 (ORV)
ପୁଣି ସେ ତାହା ବିଧି ରୂପେ ଯାକୁବଙ୍କ ପ୍ରତି ଅନନ୍ତକାଳୀନ ନିୟମ ରୂପେ ଇସ୍ରାଏଲ ପ୍ରତି ସ୍ଥିର କଲେ ।
ପ୍ରଥମ ବଂଶାବଳୀ 16 : 18 (ORV)
ସେ କହିଲେ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରର ବାଣ୍ଟ ସେହି କିଣାନ ଦେଶ ତୁମ୍ଭକୁ ଦେବା;
ପ୍ରଥମ ବଂଶାବଳୀ 16 : 19 (ORV)
ସେସମୟରେ ତୁମ୍ଭେମାନେ କେବଳ ଅଳ୍ପସଂଖ୍ୟକ, ଅତି ଅଳ୍ପ ଲୋକ ଓ ତହିଁ ମଧ୍ୟରେ ପ୍ରବାସୀ ଥିଲ;
ପ୍ରଥମ ବଂଶାବଳୀ 16 : 20 (ORV)
ଆଉ ସେମାନେ ଏକ ଗୋଷ୍ଠୀରୁ ଅନ୍ୟ ଗୋଷ୍ଠୀ ଓ ଏକ ରାଜ୍ୟରୁ ଅନ୍ୟ ଲୋକମାନଙ୍କ ନିକଟକୁ ଭ୍ରମଣ କଲେ ।
ପ୍ରଥମ ବଂଶାବଳୀ 16 : 21 (ORV)
ସେ କୌଣସି ଲୋକକୁ ସେମାନଙ୍କ ପ୍ରତି ଉପଦ୍ରବ କରିବାକୁ ଦେଲେ ନାହିଁ; ଆହୁରି ସେ ସେମାନଙ୍କ ସକାଶୁ ରାଜାମାନଙ୍କୁ ଅନୁଯୋଗ କଲେ;
ପ୍ରଥମ ବଂଶାବଳୀ 16 : 22 (ORV)
କହିଲେ, ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର ଓ ଆମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର ।
ପ୍ରଥମ ବଂଶାବଳୀ 16 : 23 (ORV)
ହେ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; ଦିନକୁ ଦିନ ତାହାଙ୍କ କୃତ ପରିତ୍ରାଣ ପ୍ରକାଶ କର ।
ପ୍ରଥମ ବଂଶାବଳୀ 16 : 24 (ORV)
ନାନା ଦେଶୀୟଙ୍କ ମଧ୍ୟରେ ତାହାଙ୍କ ଗୌରବ, ସମୁଦାୟ ଗୋଷ୍ଠୀ ମଧ୍ୟରେ ତାହାଙ୍କର ଆଶ୍ଚର୍ଯ୍ୟକ୍ରିୟା ପ୍ରଚାର କର ।
ପ୍ରଥମ ବଂଶାବଳୀ 16 : 25 (ORV)
କାରଣ ସଦାପ୍ରଭୁ ମହାନ ଓ ଅତ୍ୟ; ପ୍ରଶଂସନୀୟ ଅଟନ୍ତି; ମଧ୍ୟ ସେ ସକଳ ଦେବତା ଅପେକ୍ଷା ଭୟଯୋଗ୍ୟ ।
ପ୍ରଥମ ବଂଶାବଳୀ 16 : 26 (ORV)
କାରଣ ନାନା ଗୋଷ୍ଠୀୟମାନଙ୍କ ଦେବତାସବୁ ଅବସ୍ତୁମାତ୍ର; ମାତ୍ର ସଦାପ୍ରଭୁ ଆକାଶମଣ୍ତଳର ସୃଷ୍ଟିକର୍ତ୍ତା ।
ପ୍ରଥମ ବଂଶାବଳୀ 16 : 27 (ORV)
ସମ୍ଭ୍ରମ ଓ ପ୍ରଭାବ ତାହାଙ୍କର ଅଗ୍ରବର୍ତ୍ତୀ, ଶକ୍ତି ଓ ଆହ୍ଲାଦ ତାହାଙ୍କ ସ୍ଥାନରେ ବିଦ୍ୟମାନ ।
ପ୍ରଥମ ବଂଶାବଳୀ 16 : 28 (ORV)
ହେ ନାନା ଦେଶୀୟ ଗୋଷ୍ଠୀସମୂହ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର ।
ପ୍ରଥମ ବଂଶାବଳୀ 16 : 29 (ORV)
ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର; ନୈବେଦ୍ୟ ଆଣ ଓ ତାହାଙ୍କ ଛାମୁକୁ ଆସ; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର ।
ପ୍ରଥମ ବଂଶାବଳୀ 16 : 30 (ORV)
ସମୁଦାୟ ପୃଥିବୀ! ତାହାଙ୍କ ଛାମୁରେ କମ୍ପମାନ ହୁଅ; ଜଗତ ହିଁ ସୁସ୍ଥିର, ତାହା ବିଚଳିତ ନୋହିବ ।
ପ୍ରଥମ ବଂଶାବଳୀ 16 : 31 (ORV)
ଆକାଶମଣ୍ତଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କରୁ; ଆଉ ଲୋକମାନେ ଦେଶସମୂହ ମଧ୍ୟରେ କହନ୍ତୁ, ସଦାପ୍ରଭୁ ରାଜ୍ୟ କରନ୍ତି ।
ପ୍ରଥମ ବଂଶାବଳୀ 16 : 32 (ORV)
ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ; କ୍ଷେତ୍ର ଓ ତନ୍ମଧ୍ୟସ୍ଥ ସକଳ ଜୟଧ୍ଵନି କରନ୍ତୁ;
ପ୍ରଥମ ବଂଶାବଳୀ 16 : 33 (ORV)
ସେତେବେଳେ ବନସ୍ଥ ବୃକ୍ଷଶ୍ରେଣୀ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦରେ ଗାନ କରିବେ, କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି ।
ପ୍ରଥମ ବଂଶାବଳୀ 16 : 34 (ORV)
ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ ।
ପ୍ରଥମ ବଂଶାବଳୀ 16 : 35 (ORV)
ଆଉ ତୁମ୍ଭେମାନେ କୁହ, ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ଵର, ଆମ୍ଭମାନଙ୍କୁ ତ୍ରାଣ କର, ଆମ୍ଭମାନଙ୍କୁ ସଂଗ୍ରହ କର ଓ ଦେଶୀୟମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ଧନ୍ୟବାଦ କରିବା ଓ ତୁମ୍ଭ ପ୍ରଶଂସାରେ ଜୟଧ୍ଵନି କରିବା ।
ପ୍ରଥମ ବଂଶାବଳୀ 16 : 36 (ORV)
ଅନାଦି କାଳରୁ ଅନ; କାଳ ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଧନ୍ୟ ହେଉନ୍ତୁ । ଏଥିରେ ସମଗ୍ର ଲୋକ କହିଲେ, ଆମେନ୍ ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ ।
ପ୍ରଥମ ବଂଶାବଳୀ 16 : 37 (ORV)
ଏଥିଉତ୍ତାରେ ଦାଉଦ ପ୍ରତିଦିନର ପ୍ରୟୋଜନା-ନୁସାରେ ସିନ୍ଦୁକ ସମ୍ମୁଖରେ ନିତ୍ୟ ପରିଚର୍ଯ୍ୟା କରିବା ନିମନ୍ତେ ଆସଫକୁ ଓ ତାହାର ଭ୍ରାତୃଗଣକୁ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସମ୍ମୁଖରେ ରଖିଲେ
ପ୍ରଥମ ବଂଶାବଳୀ 16 : 38 (ORV)
ଆଉ ଓବେଦ୍-ଇଦୋମ୍ ଓ ସେମାନଙ୍କର ଅଠଷଠି ଜଣ ଭ୍ରାତା; ମଧ୍ୟ ଯିଦୂଥୂନ୍ର ପୁତ୍ର ଓବେଦ୍-ଇଦୋମ୍, ଆଉ ହୋଷା ଦ୍ଵାରପାଳ ହେଲେ
ପ୍ରଥମ ବଂଶାବଳୀ 16 : 39 (ORV)
ଆଉ ଇସ୍ରାଏଲ ପ୍ରତି ଆଦିଷ୍ଟ ସଦାପ୍ରଭୁଙ୍କ ବ୍ୟବସ୍ଥାର ସମସ୍ତ ଲିଖନ-ପ୍ରମାଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବେଦି ଉପରେ ନିତ୍ୟ ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କରିବା ପାଇଁ ଯାତ୍ରା.୨୯:୩୮-୪୨
ପ୍ରଥମ ବଂଶାବଳୀ 16 : 40 (ORV)
ସାଦୋକ୍ ଯାଜକ ଓ ତାହାର ଯାଜକ ଭ୍ରାତୃଗଣ ଗିବୀୟୋନସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ;
ପ୍ରଥମ ବଂଶାବଳୀ 16 : 41 (ORV)
ପୁଣି ସଦାପ୍ରଭୁଙ୍କ ଦୟା ଅନନ୍ତକାଳସ୍ଥାୟୀ, ଏହେତୁ ତାହାଙ୍କ ଧନ୍ୟବାଦ କରିବା ପାଇଁ ହେମନ୍ ଓ ଯିଦୂଥୂନ୍; ପୁଣି ଯେଉଁ ଅବଶିଷ୍ଟ ମନୋନୀତ ଲୋକମାନଙ୍କ ନାମ ଲେଖାଗଲା, ସେମାନେ ଉକ୍ତ ଲୋକଙ୍କ ସଙ୍ଗେ ରହିଲେ ।
ପ୍ରଥମ ବଂଶାବଳୀ 16 : 42 (ORV)
ଆଉ ହେମନ୍ ଓ ଯିଦୂଥୂନ୍ ତୂରୀ ଓ କରତାଳ ଓ ପରମେଶ୍ଵରଙ୍କ ଗୀତାର୍ଥକ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଉଚ୍ଚଧ୍ଵନିକାରୀମାନଙ୍କ ସଙ୍ଗରେ ରହିଲେ; ଆଉ ଯିଦୂଥୂନର ପୁତ୍ରମାନେ ଦ୍ଵାରପାଳ ହେଲେ ।
ପ୍ରଥମ ବଂଶାବଳୀ 16 : 43 (ORV)
ଏଥିଉତ୍ତାରେ ସମଗ୍ର ଲୋକ ପ୍ରସ୍ଥାନ କରି ଆପଣା ଆପଣା ଗୃହକୁ ଗଲେ; ଆଉ ଦାଉଦ ଆପଣାର ପରିଜନବର୍ଗକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43

BG:

Opacity:

Color:


Size:


Font: